Patna: Senior leader of BJP Sushil Kumar Modi arrives at Bihar Chief Minister Nitish Kumar's residence in Patna on Wednesday. PTI Photo (PTI7_26_2017_000288A)
ପାଟନା,୭।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ସୁଶାସନ ଦେଉଥିବା ଦାବି କରୁଛନ୍ତି ସତ। ହେଲେ ଏବେ ବିହାର ବଳାତ୍କାରୀଙ୍କ ରାଜ୍ୟ ପାଲଟି ଯାଇଛି। ପ୍ରାୟ ପ୍ରତିଦିନ ଏଠାରେ ଘଟି ଚାଲିଥିବା ବଳାତ୍କାର ଘଟଣାା ରାଜ୍ୟର ଛବିକୁ ଖରାପ କରି ସାରିଲାଣି। ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଲାଣି। ଶନିବାର ମଧ୍ୟ ଦରଭଙ୍ଗା ଜିଲାର ସଦର ଥାନା ଅଞ୍ଚଳରେ ଜଣେ ୫ ବର୍ଷର କନ୍ୟା ବଳାତ୍କାରର ଶିକାର ହୋଇଥିବା ଖବର ଆସିଛି। ହେଲେ ବିହାର ସରକାର ଏହାକୁ ନେଇ ଚୁପ୍ ବସିଥିବା କୁହାଯାଉଛି। କାରଣ ଏ ସମ୍ପର୍କରେ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ ପ୍ରଶ୍ନ କରିବାରୁ ସେ ଏହାର ଉତ୍ତର ନ ଦେଇ କଥାକୁ ଏଡାଇ ଯାଇଛନ୍ତି। ଖବରଦାତାମାନେ ଯେତେବେଳେ ରାଜ୍ୟର ବଳାତ୍କାର ଘଟଣାକୁ ନେଇ ପ୍ରଶ୍ନ କରିଥିଲେ ସେତେବେଳେ ସେ କିଛି ନ ଶୁଣି ସେଠାରୁ ଚାଲି ଯାଇଥିଲେ। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରି ଦେବୀ ଟୁଇଟ୍ କରି କହିଛନ୍ତି, ସବୁଠାରୁ ଡରୁଆ ହେଉଛନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ। ସେ ସବୁବେଳେ ଅସଲ କଥାରେ ବାଟ ଭାଙ୍ଗି ପଳାଇବା ଲୋକ। ଆଉ ରାଜ୍ୟରେ ତାଙ୍କ ସରକାର ‘ବଳାତ୍କାରୀ ବଞ୍ଚାଅ, ବଳାତ୍କାର ବଢାଅ’ ସ୍ଲୋଗାନରେ ଚାଲିଛନ୍ତି ବୋଲି ରାବରୀ ଅଭିଯୋଗ କରିଛନ୍ତି।