Ground men remove water from the plastic sheeting covering the pitch around the crease ahead of the 2019 Cricket World Cup group stage match between Pakistan and Sri Lanka at Bristol County Ground in Bristol, southwest England, on June 7, 2019. (Photo by Saeed KHAN / AFP) / RESTRICTED TO EDITORIAL USE (Photo credit should read SAEED KHAN/AFP/Getty Images)
ବ୍ରିଷ୍ଟଲ,୮।୬(ପି.ଟି.)- ସ୍ଥାନୀୟ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍ର ୧୧ତମ ମ୍ୟାଚ୍ ପ୍ରବଳ ବର୍ଷା ଯୋଗୁ ବାତିଲ ହୋଇଛି। ଏହି ମ୍ୟାଚ୍ରେ ପାକିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ଅତ୍ୟଧିକ ବର୍ଷା କାରଣରୁ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ପାକିସ୍ତାନ ଓ ଶ୍ରୀଲଙ୍କା ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ଦୁଇ ଫିଲ୍ଡ ଅମ୍ପାୟର ନିଗେଲ ଲଙ୍ଗ୍ ଓ ଇଆନ ଗୋଲ୍ଡ ଏକାଧିକବାର ପଡିଆ ନୀରିକ୍ଷଣ କରିବା ପରେ ଅପରାହ୍ନ ୩ଟା ୪୬ରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ତିମ ନୀରିକ୍ଷଣ ବେଳେ ମଧ୍ୟ ଆକାଶ ସମ୍ପୂର୍ଣ୍ଣ ମେଘୁଆ ଥିଲା। ସେତେବେଳେ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯିବାକୁ ଚିନ୍ତା କରାଯାଉଥିଲା। ଫଳରେ ବିନା ଟସ୍ ଓ ବୋଲିଂରେ ମ୍ୟାଚ ଶେଷରେ ବାତିଲ ହୋଇଥିଲା। ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ଦୁଇଟି ଲେଖାଏ ମ୍ୟାଚ ଖେଳିଛନ୍ତି। ଉଭୟ ଦଳ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ବରଣ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ ପରାସ୍ତ ହୋଇଥିଲା। ଏହାପରେ ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନ ୧୪ ରନରେ ଇଂଲଣ୍ଡକୁ ହରାଇଥିଲା। ଅନ୍ୟପଟେ ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଆଫଗାନିସ୍ତାନକୁ ୩୪ ରନରେ ହରାଇଥିଲା।