ବରୁଣ ଧାଓ୍ବନଙ୍କ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କର ସାହାନାଇ ବାଜିବ। ୨୦୨୦ ଏପ୍ରିଲ କିମ୍ବା ମେ’ ପ୍ରଥମ ସପ୍ତାହରେ ସେ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଯାହା ଶୁଣିବାକୁ ମିଳୁଛି, ଦୁଇଜଣଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇଗଲାଣି।
ଏକ ସାକ୍ଷାତକାରରେ ବରୁଣଙ୍କୁ ବିବାହ ସମ୍ପର୍କରେ ପଚରାଯାଇଥିଲା କେବେ ବିବାହବନ୍ଧନରେ ବାନ୍ଧି ହେଉଛନ୍ତି। ସେ ଏବେ ନୁହେଁ ବୋଲି କହିଥିଲେ। ମାତ୍ର ସମ୍ପର୍କୀୟମାନେ କହୁଛନ୍ତି, ତାଙ୍କର ବିବାହ ଖୁବ୍‌ଶୀଘ୍ର ହେବ। ପ୍ରେମିକାଙ୍କୁ କେବେ ବିବାହ କରୁଛନ୍ତି ବୋଲି ବରୁଣଙ୍କୁ ପଚରାଗଲେ ସେ ସବୁବେଳେ କୁହନ୍ତି, ବିବାହ ସମ୍ପର୍କରେ ଭାବିବାକୁ ପଡ଼ିବ। ଏବେ ନୁହେଁ।
ସ୍ମରଣଯୋଗ୍ୟ, ବରୁଣ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନସର ଥ୍ରୀ ଡି’ରେ ଖୁବ୍‌ଶୀଘ୍ର ନଜର ଆସିବେ। ଏଥିସହିତ ବରୁଣ ଏବଂ ସାରା ଅଲ୍ଲୀ ଖାଁ ଫିଲ୍ମ କୁଲି ନଂ-୧ ୨୦୨୦ ମେ’ରେ ରିଲିଜ ହେବ।