ବନ୍ୟାରେ ଲୋକେ ସଂଗ୍ରହ କରୁଛନ୍ତି ଜାଳକାଠ

ଖଣ୍ଡପଡ଼ା,୧୫ା୮(ସ୍ବ.ପ୍ର.)-ଉପର ମୁଣ୍ଡରେ ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ମହାନଦୀ ଓ ଏହାର ଉପନଦୀ କମେଇ, କୁଆଁରିଆ, କାଳୀଗିରି ଓ କୁସୁମୀ ନଦୀଗୁଡିକରେ ବନ୍ୟା ଦେଖାଦେଇଛି ା ବିିଭିନ୍ନ ନଦୀର ଜଳପତ୍ତନ ବୃଦ୍ଧି ପାଇଥିବା କାରଣରୁ ଲୋକେ ଆଶଙ୍କାରେ ରହିଛନ୍ତି। ତେବେ ଉପକୂଳସ୍ଥ ପାହାଡ, ଜଙ୍ଗଲରୁ ନଦୀ ସ୍ରୋତରେ ଭାସି ଆସୁଥିବା ପ୍ରଚୁର ଶୁଖିଲା କାଠ, ବାଉଁଶକୁ କେତେଜଣ ସଂଗ୍ରହ କରି ଚଢା ଦାମରେ କିଣାବିକା କରୁଥିବା ଦୃଷ୍ଟିଗୋଚର ହେଉଛି। ନଦୀ କୂଳବର୍ତ୍ତୀ କଣ୍ଟିଲୋ, ବାଣପୁର ଅଞ୍ଚଳ ଲୋକେ ଜାଳକାଠ ସଂଗ୍ରହ ନିମନ୍ତେ ସୁଯୋଗ ଖୋଜୁଥିବା ଜଣାପଡ଼ିଛି।

Share
Tags: nayagarh