ବନ୍ଧୁତ୍ୱ ଦିବସରେ ଅତୀତର ସ୍ମୃତିକୁ ମନେପକାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୪।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବନ୍ଧୁତ୍ୱ ଦିବସରେ ଅତୀତର ସ୍ମୃତିକୁ ମନେ ପକାଇଛନ୍ତି। ଭାରତୀୟ ସେନାରେ କାମ କରୁଥିବା ବେଳେ ସେ ଜଣେ ସାଥୀଙ୍କ ସହ ଉଠାଇଥିବା ଏକ କଳାଧଳା ଫଟୋକୁ ଟୁଇଟରରେ ଶେୟାର କରିଥିବା ବେଳେ ଭାରତୀୟ ସେନାରେ ଯେଉଁ ବନ୍ଧୁତ୍ୱ ଭାବନା ଥାଏ ତାହା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅମରିନ୍ଦର ଶିଖ ରେଜିମେଣ୍ଟରେ ୧୯୬୩ରୁ ୧୯୬୯ ପର୍ଯ୍ୟନ୍ତ କାମ କରିଥିଲେ। ହେଲେ ପରିବାରର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିବାରୁ ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ଚାକିରି ଛାଡିବାକୁ ବାଧ୍ୟ ହୋଇଥିଲେ।