ବନ୍ଧୁକ ମୁନରେ ୨୦ ଲକ୍ଷ ଟଙ୍କା, ୩୦ ଭରି ସୁନା ଲୁଟ୍‌

ଧର୍ମଗଡ,୧୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏକ ବଡଧରଣ ଡକାୟତି ହୋଇଛି। ସୋମବାର ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରୁ ୬ ଜଣ ଦୁର୍ବୁତ୍ତ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଟଙ୍କା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି। ସୌରଭଙ୍କ ଘରୁ ୨୦ ଲକ୍ଷ ଟଙ୍କା ସହ ୩୦ ଭରି ସୁନା ଗହଣା ନେଇଥିବା ପରିବାର ପକ୍ଷରୁ କୁହାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି।

Share
Tags: Kalahandi