Categories: Home Leftଖେଳ

ବଢ଼ିଲା ଟିମ୍‌ ଇଣ୍ଡିଆର ଚିନ୍ତା

ଖ୍ରିଷ୍ଟଚର୍ଚ୍ଚ,୨୭ା୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳର ଚିନ୍ତା ବଢ଼ିବାରେ ଲାଗିଛି। ଗୁରୁବାର ଟ୍ରେନିଂ ସେସନରେ ଯୁବ ଓପନର ପୃଥ୍ବୀ ଶ ଯୋଗଦେଇ ନ ଥିଲେ। ତାଙ୍କ ବାମ ପାଦ ଫୁଲି ଯାଇଛି। କେଉଁ କାରଣ ପାଇଁ ଏଭଳି ହୋଇଛି, ତାହା ଜଣାପଡ଼ି ନାହିଁ। କାରଣ ଜାଣିବା ନିମନ୍ତେ ତାଙ୍କର ରକ୍ତ ପରୀକ୍ଷା କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି। ମେଡିକାଲ ରିପୋର୍ଟ ଆସିବା ପରେ ହିଁ ଶନିବାରଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟରେ ପୃଥ୍ବୀ ଖେଳିବେ କି ନାହିଁ ଜଣାପଡ଼ିବ। ଯଦି ସେ ନ ଖେଳନ୍ତି, ତାଙ୍କ ବଦଳରେ ଶୁବମନ ଗିଲଙ୍କୁ ସୁଯୋଗ ଦିଆଯିବ। ସମ୍ଭବତଃ ସେ ମୟଙ୍କ ଅଗ୍ରଓ୍ବାଲଙ୍କ ସହ ଓପନିଂ କରିବେ। ଗିଲ ଗୁରୁବାର ନେଟ୍‌ ସେସନରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଗିଲଙ୍କ ଅଭ୍ୟାସ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଏପରି କି ଗିଲଙ୍କ ଫୁଟ୍‌ଓ୍ବର୍କ ଟେକନିକ ଉପରେ ଶାସ୍ତ୍ରୀ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୃଥ୍ବୀ ପ୍ରଥମ ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଉଭୟ ଇନିଂସରେ ସେ ମୋଟ ୩୦ ରନ୍‌ କରିଥିଲେ।