Gwangju: United States' Caeleb Dressel jumps as he prepares for his men's 50m freestyle semifinal at the World Swimming Championships in Gwangju, South Korea, Friday, July 26, 2019. AP/PTI(AP7_26_2019_000169B)
ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୭ା୭ (ଏଏଫ୍ପି)- କାଲେବ ଡ୍ରେସେଲ ପୁରୁଷ ୧୦୦ ମିଟର ବଟରଫ୍ଲାଏ ସୁଇମିଂରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍ର ସେମିଫାଇନାଲରେ ମାଇକେଲ ଫେଲ୍ପଙ୍କ ପୁରୁଣା ରେକର୍ଡକୁ ସେ ଭଙ୍ଗ କରିଦେଇଛନ୍ତି। ଗତଥରର ଚାମ୍ପିୟନ ଡ୍ରେସେଲ ୪୯.୫୦ ସେକେଣ୍ଡ ଟାଇମିଂରେ ରେସ୍ ଶେଷ କରିଥିଲେ। ରୋମ୍ଠାରେ ଅନୁଷ୍ଠିତ ୨୦୦୯ ବିଶ୍ୱ ଚାମ୍ପିୟନଶିପ୍ରେ ଆମେରିକୀୟ କିମ୍ବଦନ୍ତୀ ଫେଲ୍ପ୍ସ ଯେଉଁ ଟାଇମିଂରେ ବିଶ୍ୱରେକର୍ଡର ଅଧିକାରୀ ହୋଇଥିଲେ, ତାଙ୍କଠାରୁ ୦.୩୨ ଟାଇମିଂ କମ୍ ସମୟରେ ସେ ରେସ୍ ଶେଷ କରିଥିଲେ। ୨୦୧୭ ବିଶ୍ୱ ଚାମ୍ପିୟନଶିପ୍ରେ ୭ ସ୍ବର୍ଣ୍ଣ ପଦକ ଜିତିଥିବା ଡ୍ରେସେଲ୍ ଚଳିତ ସପ୍ତାହରେ ଦକ୍ଷିଣ କୋରିଆରେ ଏହାଠାରୁ ଅଧିକ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି। ସୂଚନାଯୋଗ୍ୟ, ଏହି ସପ୍ତାହରେ ବଟର ଫ୍ଲାଏରେ ଫେଲ୍ପ୍ସଙ୍କ ନାମରେ ଥିବା ଦୁଇଟି ରେକର୍ଡ ଭଙ୍ଗ ହୋଇଛି। ପୂର୍ବରୁ ହଙ୍ଗେରୀର ଖ୍ରିଷ୍ଟଫ୍ ମିଲାକ୍ ଫେଲପ୍ସଙ୍କ ଦ୍ୱାରା ୨୦୦୯ରେ ୨୦୦ମିଟର ବଟର ଫ୍ଲାଏରେ ପ୍ରତିଷ୍ଠିତ ବିଶ୍ୱ ରେକର୍ଡକୁ ଭଙ୍ଗ କରିସାରିଥିଲେ।