Melbourne: Switzerland's Roger Federer reacts after defeating Tennys Sandgren of the U.S. in their quarterfinal match at the Australian Open tennis championship in Melbourne, Australia, Tuesday, Jan. 28, 2020. AP/PTI(AP1_28_2020_000051B)
ମେଲବୋର୍ନ, ୨୯ା୧ (ଏଏଫ୍ପି)-ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ଏକ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ଦୁଇ ଷ୍ଟାର ଖେଳାଳି ସୁଇଜରଲାଣ୍ଡର ରୋଜର ଫେଡରର ଏବଂ ସର୍ବୀୟାର ନୋଭାକ ଜୋକୋଭିଚ୍ଙ୍କ ମଧ୍ୟରେ ହେବ। ମଙ୍ଗଳବାର ଅନୁଷ୍ଠିତ ଏକ କ୍ୱାର୍ଟର ଫାଇନାଲରେ ଫେଡରର ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଏଠାରେ ୬ଥର ଚାମ୍ପିୟନ ୧୦୦ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେନିସ୍ ସ୍ୟାଣ୍ଡଗ୍ରେନ୍ଙ୍କୁ ୬-୩, ୨-୬, ୨-୬, ୭-୬ (୧୦/୮), ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ୩୮ ବର୍ଷୀୟ ଫେଡରର ଏହି ରୋମାଞ୍ଚକ ମ୍ୟାଚରେ ୭ ମ୍ୟାଚ୍ ପଏଣ୍ଟ ସେଭ୍ କରିଥିଲେ। ଅନ୍ୟପକ୍ଷରେ ୮ମ ମେଲବୋର୍ନ ଟାଇଟଲ ଅଭିଯାନରେ ଥିବା ଜୋକୋଭିଚ୍ ଅନ୍ୟଏକ କ୍ୱାର୍ଟରଫାଇନାଲରେ ମିଲୋସ ରାଓନିକ୍ଙ୍କୁ ୬-୪, ୬-୩, ୭-୬ (୭/୧) ସେଟ୍ରେ ହରାଇ ଦେଇଛନ୍ତି। ରାଓନିକ୍ ଏହି ଟୁର୍ନାମେଣ୍ଟରେ କ୍ରମାଗତ ୬୩ ମ୍ୟାଚରେ ସର୍ଭିସ ବ୍ରେକ୍ କରି ନ ଥିଲେ। କଣ୍ଟାକ୍ଟ ଲେନ୍ସ ପାଇଁ ଅଡୁଆ ଅନୁଭବ କରୁଥିଲେ ସୁଦ୍ଧା ରାଓନିକ୍ଙ୍କ ଏହି ଧାରାରେ ବ୍ରେକ୍ ଲଗାଇଥିଲେ। ସେ ଗୋଟିଏ ଗେମ୍ରେ ପରାଜିତ ହୋଇଥିଲେ ହେଲେ ସହଜରେ ସେମିଫାଇନାଲରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସରେ ଆଶଲେ ବାର୍ଟି ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ସେମିଫାଇନାରେ ପ୍ରବେଶ କରିଛନ୍ତି। ବାର୍ଟି ୭-୬, (୮/୬), ୬-୨ସେଟ୍ରେ ଦୁଇଥର ଓ୍ବିମ୍ବେଲଡନ ଚାମ୍ପିୟନ ପେଟ୍ରା କ୍ୱିିଟୋଭାଙ୍କୁ ହରାଇ ଦେଇଛନ୍ତି। ସେମିଫାଇନାଲରେ ସେ ଆମେରିକାର ସୋଫିଆ କେନିନ୍ଙ୍କୁ ଭେଟିବେ। ୨୧ ବର୍ଷୀୟା କେନିନ୍ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କ ବିପକ୍ଷରେ ୬-୪, ୬-୪ ସେଟ୍ରେ ବିଜୟ ହାସଲ କରିଛନ୍ତି। ଜାବେଉର ପ୍ରଥମ ଆରବୀୟ ମହିଳା ଭାବେ ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ।