Paris: Spain's Rafael Nadal plays a shot against Switzerland's Roger Federer during their semifinal match of the French Open tennis tournament at the Roland Garros stadium in Paris, Friday, June 7, 2019. AP/PTI(AP6_7_2019_000092B)
ପ୍ୟାରିସ, ୭ା୬-ସ୍ପେନର ଷ୍ଟାର ଖେଳାଳି ରାଫାଲ ନାଡାଲ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏଠାରେ ସେ ତାଙ୍କ ଦ୍ୱାଦଶ ଟାଇଟଲଠାରୁ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ ସେମିଫାଇନାଲରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ୬-୩, ୬-୪, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ପ୍ରବଳ ବାୟୁ ପ୍ରବାହ ଯୋଗୁ ଦୁଇ ଶକ୍ତିଶାଳୀ ଖେଳାଳିଙ୍କଠାରୁ ଯେଉଁ ଖେଳ ଆଶା କରାଯାଉଥିଲା ତାହା ଦେଖିବାକୁ ମିଳି ନ ଥିଲା। ନାଡାଲ ବର୍ତ୍ତମାନ ରବିବାର ଫାଇନାଲରେ ନୋଭାକ ଜୋକୋଭିଚ୍ କିମ୍ବା ଅଷ୍ଟ୍ରିଆର ଡୋମିନିକ୍ ଥିମ୍ଙ୍କୁ ଭେଟିବେ। ଜୋକୋଭିଚ୍ ସମସ୍ତ ୪ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ବିରଳ କୃତୀତ୍ୱ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।