Categories: Home Leftଖେଳ

ଫାଇନାଲ ପାଇଁ ୭୫ ହଜାର ଟିକେଟ୍ ବିକ୍ରି

ମୁମ୍ବାଇ,୭।୩- ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ରବିବାର ଆୟୋଜକ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ର ୪୮ ଘଣ୍ଟା ପୂର୍ବରୁ ୭୫ ହଜାର ଟିକେଟ ବିକ୍ରି ହୋଇସାରିଛି। ଏ ନେଇ ଟି୨୦ ବିଶ୍ୱକପର  ଟୁଇଟର ପୃଷ୍ଠାରେ ଶେୟାର କରାଯାଇଛି। ଏହା ଯେକୌଣସି ମହିଳା କ୍ରିକେଟ ମ୍ୟାଚ୍ବେଳେ ଯୋଗ ଦେଇଥିବା ଦର୍ଶକଙ୍କ ସଂଖ୍ୟାଠାରୁ ଅଧତ୍କ। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମହିଳା କ୍ରିକେଟ ସମ୍ପର୍କିତ କାର୍ୟକ୍ରମର ମୁଖ୍ୟ ସାରା ଷ୍ଟାଇଲ ଟୁଇଟ୍ କରିଛନ୍ତି, କେବଳ ଶୁକ୍ରବାର ପ୍ରଶଂସକମାନେ ୧୫ ହଜାର ଟିକେଟ କିଣିଛନ୍ତି। ଭାରତ ଆର୍ମି ପକ୍ଷରୁ ମଧ୍ୟ ଅଧିକ ସଂଖ୍ୟକ ଟିକେଟ୍ କିଣାଯାଇଛି। ଏହି ଲୋକପ୍ରିୟ ଗ୍ରୁପ ବିଶ୍ୱର ବିଭିନ୍ନ ଦେଶରେ ଯାଇ ଭରତୀୟ ପୁରୁଷ ଦଳକୁ ସମର୍ଥନ କରନ୍ତି। ଏବେ ଭାରତ ଆର୍ମି ମହିଳା ଦଳକୁ ସମର୍ଥନ କରିବା ପାଇଁ ମେଲବୋର୍ନରେ ଉପସ୍ଥିତ ରହିବେ। ମହିଳା ଟି୨୦ ବିଶ୍ୱକପ୍ ପୂର୍ବରୁ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଫାଇନାଲରେ ଅଧିକ ସଂଖ୍ୟାରେ ଯୋଗଦେବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।