Categories: Home Leftଖେଳ

ଫାଇନାଲରୁ ଓହରିଲେ ଦୀପକ ପୁନିଆ

ନୁର-ସୁଲତାନ(କାଜାଖସ୍ତାନ),୨୨।୯(ପି.ଟି.): ଯୁବ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ରବିବାର ବିଶ୍ୱ ଚାମ୍ପିୟନଶିପର ୮୬ କେଜି ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ଫାଇନାଲରେ ସେ ଇରାନର କିମ୍ବଦନ୍ତୀ ହାଜସାନ ୟାଜଦାନିଙ୍କୁ ଭେଟିବାର ଥିଲା। କିନ୍ତୁ ସେମିଫାଇନାଲରେ ତାଙ୍କ ବାମଗୋଡ଼ ଗୋଇଠିରେ ଆଘାତ ଲାଗିଥିଲା। ଚାଲିବାବେଳେ ବାମ ପାଦରେ କଷ୍ଟ ଅନୁଭବ କରୁଛି। ଏଭଳି ସ୍ଥିତିରେ ଲଢ଼େଇ କରିବା କଷ୍ଟକର। ମୁଁ ଜାଣିଛି, ୟାଜଦାନିଙ୍କ ସହ ଲଢ଼ିବାକୁ ଏହା ସବୁଠୁ ବଡ଼ ସୁଯୋଗ। କିନ୍ତୁ ମୁଁ ଲଢ଼ି ପାରିବି ନାହିଁ ବୋଲି ଦୀପକ କହିଛନ୍ତି। ଫଳରେ ୨୦ ବର୍ଷୀୟ ରେସଲରଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସୁଇଜରଲାଣ୍ଡର ଷ୍ଟେଫାନ ରିଜମୁଥଙ୍କ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପରେ ଦୀପକ ଛୋଟେଇ ଛୋଟେଇ ମ୍ୟାଟରୁ ଫେରିଥିଲେ। ତାଙ୍କ ଆଖିରେ ମଧ୍ୟ ଆଘାତ ଲାଗିଥିଲା। ଉଲ୍ଲେଖଥାଉ କି ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର ଭାବେ ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିଲେ। ୨୦୧୦ ବିଶ୍ୱ ଚାମ୍ପିୟନଶିପ ମସ୍କୋଠାରେ ୬୬ କେଜି ବର୍ଗରେ ଏହି ସଫଳତା ପାଇଥିଲେ।