Categories: Home Leftଖେଳ

ପ୍ଲିସ୍‌କୋଭାଙ୍କୁ ଇଟାଲିଆନ ଓପନ ଟାଇଟଲ

ରୋମ୍‌, ୧୯ା୫ (ଏଏଫ୍‌ପି)- ଚତୁର୍ଥ ସିଡ୍‌ ତଥା ଚେକ୍‌ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭା ଡବ୍ଲ୍ୟୁଟିଏ ଇଟାଲିଆନ ଓପନ ମହିଳା ସିଙ୍ଗଲ୍ସ୍ସ ଟାଇଟଲ ଜିତିଛନ୍ତି। ରବିବାର ଫାଇନାଲରେ ସେ ବ୍ରିଟେନର ଜୋହାନା କୋଣ୍ଟାଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ୨୦୧୭ ଫ୍ରେଞ୍ଚ ଓପନ ସେମିଫାଇନାଲିଷ୍ଟଙ୍କର ଏହା ହେଉଛି କ୍ୟାରିୟର ୧୩ତମ ଟାଇଟଲ। ଆସନ୍ତା ୨୬ ତାରଖରେ ଆରମ୍ଭ ହେବାକୁ ଥିବା ରୋଲାଣ୍ଡ ଗ୍ୟାରୋସ ପୂର୍ବରୁ ଏହାଥିଲା ତାଙ୍କର ଅନ୍ତିମ ତଥା ପ୍ରମୁଖ ଓ୍ବାର୍ମଅପ୍‌ ଟୁର୍ନାମେଣ୍ଟ। ପୂର୍ବତନ ରୋମ୍‌ ଚାମ୍ପିୟନ କୋଞ୍ଚତ୍ତା ମାର୍ଟିନେଜଙ୍କଠାରୁ କୋଚି ନେଉଥିବା ୨୭ ବର୍ଷୀୟା ଟେନିସ୍‌ ଖେଳାଳି କହିଛନ୍ତି, ମୋ ପାଇଁ ଏହି ସପ୍ତାହଟି ଖୁବ୍‌ ଭଲ ଥିଲା। କାରଣ ଏହି ସମୟ ମଧ୍ୟରେ ମୋତେ କେତୋଟି କଠିନ ମ୍ୟାଚ ଖେଳିବାକୁ ହୋଇଥିଲା। ମୁଁ ଲଢେଇ କରି ସେଥିରେ ବିଜୟ ଲାଭ କରିପାରିଥିଲି।