attends the 2019 Vanity Fair Oscar Party hosted by Radhika Jones at Wallis Annenberg Center for the Performing Arts on February 24, 2019 in Beverly Hills, California.
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ନିକ୍ ଜୋନାସ୍ଙ୍କୁ ବିବାହ ପରେ ଉଭୟ ପ୍ରଥମ ବିବାହ ବାର୍ଷୀକି ପାଳନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ପ୍ରିୟଙ୍କାଙ୍କ ଘରକୁ ଏକ ନୂଆ ମେମ୍ବର ଆସିଛି। ଯାହା ସହ ସେ ଫଟୋ ଶେୟାର କରିଛନ୍ତି। ପ୍ରିୟଙ୍କା-ନିକ୍ ଗିନୋ ନାମକ ଏକ ଜର୍ମାନ କୁକୁରକୁ ଘରକୁ ଆଣିଛନ୍ତି। ନିକ୍ କୁକୁରକୁ ଧରି ବେଡ୍ରେ ଶୋଇଥିବା ଏକ ଫଟୋ ପ୍ରିୟଙ୍କା ନିଜ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଗିନୋକୁ ଘରକୁ ସ୍ବାଗତ କରିବା କଥା ଲେଖିଛନ୍ତି। ପ୍ରିୟଙ୍କାଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ’ଦ ସ୍କାଏ ଇଜ୍ ପିଙ୍କ୍’ ଗତ ଅକ୍ଟୋବରରେ ରିଲିଜ୍ ହୋଇଥିଲା। ଫଇଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ ଅଖତର ନଜର ଆସିଥିଲେ।