Aug 30, 2019; Flushing, NY, USA; Novak Djokovic of Serbia celebrates match point against Denis Kudla of the United States in a third round match on day five of the 2019 U.S. Open tennis tournament at USTA Billie Jean King National Tennis Center. Mandatory Credit: Jerry Lai-USA TODAY Sports
ନ୍ୟୁୟର୍କ,୩୧।୮: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍ ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍ରେ ଡେନିସ କୁଡଲାଙ୍କୁ ୬-୩, ୬-୪, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ଆର୍ଥର ଆଶେ ଷ୍ଟାଡିୟମରେ ଏହି ମ୍ୟାଚ୍ ପୂର୍ବରୁ ସର୍ବିୟା ଖେଳାଳି ଜୋକୋଭିଚ୍ ଅଭ୍ୟାସ କରୁଥିବାବେଳେ ଜଣେ ପ୍ରଶଂସକଙ୍କ ସହ ଯୁକ୍ତିତର୍କ କରିଥିଲା। ଟୁଇଟରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ୧୬ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ କୋର୍ଟ ବାହାରକୁ ଯାଇ ପ୍ରଶଂସକଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ଶେଷରେ ଜୋକୋଭିଚ୍ ତୁମକୁ ବାହାରେ ଦେଖି ନେବି ବୋଲି କହିଥିଲେ। ସେ ପରବର୍ତ୍ତୀ ପର୍ଯ୍ୟାୟରେ ପୂର୍ବତନ ଚାମ୍ପିୟନ ଷ୍ଟାନ ଓ୍ବାରିଙ୍କାଙ୍କୁ ଭେଟିବେ।