Former cricket captain Sourav Ganguly (C) gestures as he arrives at the Board of Control for Cricket in India (BCCI) headquarters at Wankhede stadium to file nomination for the board's elections in Mumbai on October 14, 2019. - Former India captain Sourav Ganguly is poised to take over as the president of the country's cricket board as nominations close on October 14 for elections to the game's wealthiest and most powerful body. (Photo by Indranil MUKHERJEE / AFP)
ମୁମ୍ବାଇ, ୧୫ା୧୦ (ପି.ଟି.)- ଅକ୍ଟୋବର ୨୩ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ଆଶା କରାଯାଉଛି। ସୋମବାର ପୂର୍ବତନ ଭାରତ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଜୟ ଶାହ ଯଥାକ୍ରମେ ସଭାପତି ଓ ସମ୍ପାଦକ ପଦବୀ ପାଇଁ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବତନ ବିସିସିଆଇ ସଭାପତି ଏନ. ଶ୍ରୀନିବାସନ, ପୂର୍ବତନ ସମ୍ପାଦକ ତଥା ସୌରାଷ୍ଟ୍ରର ଷ୍ଟଲ୍ଓ୍ବାର୍ଟ ନିରଞ୍ଜନ ଶାହ ଏବଂ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ତଥା ଉତ୍ତରପ୍ରଦେଶର ପ୍ରଭାବଶାଳୀବ୍ୟକ୍ତି ରାଜୀବ ଶୁକ୍ଳାଙ୍କ ଗହଣରେ ଗାଙ୍ଗୁଲି ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସୋମବାର ୮ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଷୟ ଶୁକ୍ଳା ପରେ ଖବରଦାତାମାନଙ୍କୁ ସୂଚନା ଦେଇଥିଲେ। ଗାଙ୍ଗୁଲି ଓ ଶାହଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ସେମାନଙ୍କ ମଧ୍ୟରେ ରହିଛନ୍ତି ମହିମ ବର୍ମା (ଉପସଭାପତି), ଅରୁଣ ସିଂ ଧୁମଲ (କୋଷାଧ୍ୟକ୍ଷ), ବ୍ରିଜେଶ ପଟେଲ (ଆଇପିଏଲ ଗଭର୍ନିଂ କାଉନ୍ସିଲ ସଦସ୍ୟ), ଜୟେଶ ଜର୍ଜ (ଯୁଗ୍ମ ସମ୍ପାଦକ) ଖୈରୁଲ ଜମିଲ ମଜୁମ୍ଦାର୍ (ଗଭର୍ନିଂ କାଉନ୍ସିଲ ସଦସ୍ୟ) ଏବଂ ପ୍ରଭଜୋତ୍ ସିଂ ଭାଟିଆ (କାଉନ୍ସିଲ)। ଅକ୍ଟୋବର ୨୩ରେ ବୋର୍ଡର ବାର୍ଷିକ ସାଧାରଣ ବୈଠକ ବସିବ। ଏଥିରେ ଏହି ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ଆଶା କରାଯାଉଛି। ବିସିସିଆଇରେ ଦାୟିତ୍ୱ ଗ୍ରହଣ କରିବା ପରେ ଗାଙ୍ଗୁଲି ଓ ଜର୍ଜଙ୍କୁ ଯଥାକ୍ରମେ ବେଙ୍ଗଲ କ୍ରିକେଟ ଆସୋସିଏଶନ ଏବଂ କେରଳ କ୍ରିକେଟ ଆସୋସିଏଶନର ମୁଖ୍ୟ ପଦବୀ ତ୍ୟାଗ କରିବାକୁ ପଡ଼ିବ।