Categories: Home Leftଖେଳ

ପ୍ରଶଂସକ ଚାହାନ୍ତି ପାକିସ୍ତାନରେ ଖେଳୁ ଭାରତ

ଲାହୋର,୨୩ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୩ଠାରୁ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳାଯାଇ ନାହିଁ। ଅନ୍ତିମ ଥର ୨୦୦୮ରେ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍‌ ଖେଳାଯାଇଥିଲା। ଦୁଇ ଏସିୟ ଦଳ ଆଇସିସି ଇଭେଣ୍ଟ କିମ୍ବା ଏସିଆ କପ୍‌ରେ ପରସ୍ପର ସହ ଖେଳୁଛନ୍ତି। ଦୀର୍ଘ ବର୍ଷ ହେଲା ଭାରତୀୟ ଖେଳାଳିମାନେ ପାକିସ୍ତାନ ଗସ୍ତ କରି ନ ଥିଲେ ମଧ୍ୟ ସୀମା ସେପଟେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ଅନେକ ପ୍ରଶଂସକ ଅଛନ୍ତି। ଅତୀତରେ ପାକିସ୍ତାନ କ୍ରିକେଟ ଫ୍ୟାନମାନେ ଭାରତୀୟ ଖେଳାଳିଙ୍କ ପ୍ରତି ଭଲ ପାଇବା ଦେଖାଇ ଆସିଛନ୍ତି। ଲାହୋରସ୍ଥିତ ଗଦ୍ଦାଫି ଷ୍ଟାଡିୟମରେ ଇସଲାମାବାଦ ୟୁନାଇଟେଡ୍‌ ଓ ମୁଲତାନ ସୁଲତାନ ମଧ୍ୟରେ ଆଇଏସ୍‌ଏଲ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ ଅବସରରେ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରଶଂସକଙ୍କ ଏକ ଗ୍ରୁପ ବ୍ୟାନର ଦେଖାଇ ଭାରତୀୟ ଦଳକୁ ପାକିସ୍ତାନରେ ଖେଳିବାକୁ ଅନୁରୋଧ କରିଛନ୍ତି। ସୂଚନା ଥାଉ, ନିକଟରେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ଦୁଇ ଦେଶ ଅତିକମ୍‌ରେ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବା ଦରକାରା ବୋଲି କହିଥିଲେ।