ପ୍ରବଳ ବର୍ଷା: ସ୍କୁଲରେ ଫଶିରହିଛନ୍ତିି ୩୫୦ ଛାତ୍ରୀଛାତ୍ର, ୫୦ ଶିକ୍ଷକ

ଜୟପୁର,୧୫।୯:ରାଜସ୍ଥାନର ଚିତୌଡଗଡରେ ଜିଲାରେ ଦୁଇଦିନ ହେଲା ଲଗାତାର ବର୍ଷା ହେଉଛି।ଫଳରେ ସେଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସ୍କୁଲ ଏବଂ ଅଫିସ୍‌ରେ ପାଣି ପଶିଯାଇଛି। ଫଳରେ ଜିଲାର କେତେକ ସ୍କୁଲରେ ଶନିବାରଠାରୁ ଛାତ୍ରୀଛାତ୍ର ଏବଂ ଶିକ୍ଷକ ଫଶିରହିଛନ୍ତି। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ପଡିଛି। ଏପର୍ଯ୍ୟନ୍ତ ବିଭିନ୍ନ ସ୍କୁଲରେ ୩୫୦ ଛାତ୍ରୀଛାତ୍ର, ୫୦ଜଣ ଶିକ୍ଷକ ଫଶିରହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଚିତୌଡଗଡ, ପ୍ରତାପଗଡ, ଝାଲାବାଗ୍‌ ଏବଂ ଭିଲଓ୍ବାଡା ଆଦି ଜିଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି।