ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଚିଠି, ଅଜୟ ମିଶ୍ରାଙ୍କ ବିରୋଧରେ ଗ୍ରହଣ କରାଯାଉ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୨୦।୧୧: ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଚିଠି ଲେଖିଛନ୍ତି। ଲଖିମପୁର ଘଟଣାରେ ମନ୍ତ୍ରୀ ଏବଂ ତାଙ୍କ ପୁତ୍ର ଆଶିଷ ମିଶ୍ରାଙ୍କ ପ୍ରତି କଡ଼ା ଦଣ୍ଡାଦେଶ ହେଉ ବୋଲି ସେ ଦାବି କରିଛନ୍ତି।

ଲଖିମପୁର ଖେରି ଘଟଣା ଭାରତୀୟ ଗଣତନ୍ତ୍ରର ମୂଳଦୁଆକୁ ଦୋହଲାଇ ଦେଇଥିବା ବରୁଣ କହିଛନ୍ତି। ପ୍ରଥମ ଭାଜପା ଏମ୍‌ପି ଭାବେ ବରୁଣ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖିଛନ୍ତି। ଏବେ ବରୁଣଙ୍କ ଚିଠିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।