ପ୍ରଥମ ରାଜ୍ୟ ଭାବେ କେନ୍ଦ୍ର ନିକଟକୁ ଶରଣାର୍ଥୀଙ୍କ ତାଲିକା ପଠାଇଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ,୧୩।୧: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିବା ଜଣାପଡିଛି। ଉତ୍ତର ପ୍ରଦେଶର ପ୍ରାୟ ୧୯ଜିଲାରେ ରହୁଥିବା ଶରଣାର୍ଥୀଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଲାଗୁ ହେବା ପରେ ଉତ୍ତର ପ୍ରଦେଶ ପ୍ରଥମ ରାଜ୍ୟଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ଏହି ତାଲିକା ପଠାଇଥିବା ଜଣାପଡିଛି। ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ, ବାଂଲଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କ ଏକ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ହସ୍ତାନ୍ତର କରିବାକୁ ଗତ ସପ୍ତାହରେ ସ୍ବରାଷ୍ଟ୍ର ବିଭାଗ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।