Keemo Paul of West Indies takes part in a training session two days ahead of the 3rd Test between West Indies and England at Darren Sammy Cricket Ground, Gros Islet, Saint Lucia, on February 7, 2019. (Photo by Randy Brooks / AFP) (Photo credit should read RANDY BROOKS/AFP/Getty Images)
ନର୍ଥ ସାଉଣ୍ଡ୍ (ଆଣ୍ଟିଗୁଆ), ୨୨।୮- ସ୍ଥାନୀୟ ସାର୍ ଭିଭିଆନ୍ ରିଚାଡର୍ସ ଷ୍ଟାଡିୟମରେ ଗୁରୁବାରଠାରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଘରୋଇ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍ ଦଳକୁ ଧକ୍କା ଲାଗିଛି। ଦଳର ଯୁବ ଅଲ୍ରାଉଣ୍ଡର କେମୋ ପଲ୍ ଆଘାତଜନିତ ସମସ୍ୟା ଲାଗି ସିରିଜର ଏହି ପ୍ରଥମ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଗୋଇଠିରେ ଆଘାତ କାରଣରୁ ପଲ୍ଙ୍କ ସ୍ଥାନରେ ଦ୍ରୁତ ବୋଲର ମିଗୁଏଲ୍ କୁମିନ୍ସଙ୍କୁ ଶେଷ ମୁହୂର୍ତ୍ତରେ ଦଳରେ ସାମିଲ କରାଯାଇଛି ବୋଲି କ୍ରିକେଟ୍ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କୁହାଯାଇଛି। ୨୧ ବର୍ଷୀୟ କେମୋ ପଲ୍ ଚଳିତ ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷରେ ଖେଳି ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୩ ଟେଷ୍ଟ ମ୍ୟାଚ୍ରୁ ୯୬ ରନ ଓ ୬ଟି ଉଇକେଟ୍ ଅକ୍ତିଆର କରିଛନ୍ତି। ନିକଟରେ ଭାରତ ବିପକ୍ଷ ଟି୨୦ ସିରିଜରେ ସେ ସମସ୍ତ ୩ଟି ଯାକ ମ୍ୟାଚ୍ ଖେଳିଥିଲେ। ଡାହାଣହାତୀ ଦ୍ରୁତ ବୋଲର କୁମିନ୍ସ ୧୩ ଟେଷ୍ଟ ଖେଳି ୨୭ ଉଇକେଟ୍ ଅକ୍ତିଆର କରିଛନ୍ତି। କୁମିନ୍ସ ୨୦୧୬ରେ ଭାରତ ବିପକ୍ଷରେ ଖେଳି ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ।