Virat Kohli captain of India plays a shot during the first T20I match between India and the West Indies held at the Rajiv Gandhi International Stadium, Hyderabad on the 6th December 2019. Photo by Vipin Pawar / Sportzpics for BCCI
ହାଇଦ୍ରାବାଦ, ୬।୧୨: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଲୋକେଶ ରାହୁଲଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ମ୍ୟାଚରେ ଦମ୍ଦାର ବିଜୟ ହାସଲ କରିଛି। ହାଇସ୍କୋରିଂ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୨୦୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୮.୪ ଓଭରରେ ୪ ଉଇକେଟ ହରାଇ ୨୦୯ ରନ ସଂଗ୍ରହ କରି ନେଇଥିଲା। ୫୦ ବଲ୍ରୁ ୬ ଚୌକା ଓ ୬ ଛକା ସହାୟତାରେ ୯୪ ରନରେ ଅପରାଜିତ ରହି ଭାରତକୁ ବିରାଟ ବିଜୟ ଦେଇଥିଲେ ଅଧିନାୟକ କୋହଲି। ସେ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ବିବେଚିତ ହୋଇଥିଲେ। ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।