Categories: Home Leftଖେଳ

ପ୍ରଥମେ ବ୍ୟାଟିଂ କରିବ ଭାରତ

ବିଶାଖାପାଟଣା,୧୮।୧୨- ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ପରେ କାକର ପଡ଼ିବାର ସମ୍ଭାବନା ଥିବାରୁ ପୋଲାର୍ଡ ଏପରି ନିଷ୍ପତ୍ତି ନେଇଛନ୍ତି। ଏଠାରେ ଦଳୀୟ ସ୍କୋର ହାରାହାରି ୨୮୦ ହୋଇଥିବାରୁ ୩୦୦ ମଧ୍ୟ ଚେଜ ହୋଇପାରେ। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଅଲରାଉଣ୍ଡର ଶିବମ ଦୁବେଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ପେସର ଶାର୍ଦ୍ଦୁଳ ଠାକୁରଙ୍କୁ ସ୍ଥାନ ମିଳିଛି।
ଭାରତୀୟ ଦଳ: ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟାର, ରିଷଭ ପନ୍ତ(ଉଇକେଟକିପର), କେଦାର ଯାଦବ, ଶାର୍ଦ୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା, ଦୀପକ ଚହର, କୁଲଦୀପ ଯାଦବ ଓ ମହମ୍ମଦ ଶାମି।