Categories: Home Leftଖେଳ

ପ୍ରଥମେ ବୋଲିଂ କରିବ ଭାରତ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପୂରା ମ୍ୟାଚ୍‌ରେ ପିଚ୍‌ ବ୍ୟାଟିଂ ଉପଯୋଗୀ ରହିବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ନିଷ୍ପତ୍ତି ନେଇଛନ୍ତି। କୁଲଦୀପ ଯାଦବ, ନବଦୀପ ସଇନି, ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର ଓ ରିଷଭ ପନ୍ତ ଖେଳିବେ ନାହିଁ। ଗତ ସିରିଜ୍‌ ଭଳି ଲୋକେଶ ରାହୁଲ ଉଇକେଟ କିପିଂ ଦାୟିତ୍ୱରେ ରହିବେ।
ଭାରତୀୟ ଦଳ: ରୋହିତ ଶର୍ମା, ଲୋକେଶ ରାହୁଲ (ଉଇକେଟକିପର), ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ଶାମି।