ପ୍ରଥମେ ବୋଲିଂ କରିବ ଭାରତ

ବର୍ମିଂହାମ,୩୦।୬- ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବୋଲିଂ କରିବ। ପିଚ୍‌ରେ ଅଧିକ ବାଉନ୍ସ ଥିବାରୁ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଏନ ଅଲିଙ୍କ ବଦଳରେ ଲିଆମ ପ୍ଲଙ୍କେଟଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି। ବିଜୟ ଲକ୍ଷ୍ୟର ପିଛା କରିବାରେ ଆମର ଅସୁବିଧା ନାହିଁ ବୋଲି କହିଛନ୍ତି ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି। ଭାରତୀୟ ଦଳରେ ମଧ୍ୟ ପରିବର୍ତ୍ତନ ହୋଇଛି। ଅଲରାଉଣ୍ଡର ବିଜୟ ଶଙ୍କର ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଉଇକେଟକିପର ରିଷଭ ପନ୍ଥଙ୍କୁ ଦଳରେ ନିଆଯାଇଛି।
ଭାରତୀୟ ଦଳ: ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ରିଷଭ ପନ୍ତ, କେଦର ଯାଦବ, ମହେନ୍ଦ୍ର ସିଂ ଧୋନୀ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରା।
ଇଂଲଣ୍ଡ ଦଳ: ଜାସନ ରୟ, ଜନ୍ନି ବେଆରଷ୍ଟୋ, ଜୋ ରୁଟ, ଇଆନ ମୋର୍ଗାନ (ଅଧିନାୟକ), ବେନ ଷ୍ଟୋକ୍ସ, ଜୋସ ବଟଲର (ଉଇକେଟକିପର), କ୍ରିସ ଓ୍ବକ୍ସ, ଆଦିଲ ରସିଦ, ଲିଆମ ପ୍ଲଙ୍କେଟ, ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌।