French police secure the area in front of the Paris Police headquarters in Paris, France, October 3, 2019. REUTERS/Philippe Wojazer
ପ୍ୟାରିସ୍,୪-୧୦(ଏଏଫ୍ପି):ପ୍ୟାରିସ୍ର ପୋଲିସ ମୁଖ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ତାଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ଆକ୍ରମଣକାରୀ ଟଳିପଡ଼ିଛନ୍ତି।
ରାଜଧାନୀ ପ୍ୟାରିସ୍ର କେନ୍ଦ୍ରସ୍ଥଳରେ ରହିଛି ପୋଲିସ ମୁଖ୍ୟାଳୟ। ବିଲ୍ଡିଂ ପରିସରରେ ସ୍ଥାନୀୟ ସମୟ ୧ଟାରେ ଜଣେ ବ୍ୟକ୍ତି ପୋଲିସ ଉପରେ ଛୁରାମାଡ଼ କରିବାରେ ଲାଗିଥିଲେ। ଡାକବାଜି ଯନ୍ତ୍ରରେ ଘୋଷଣା କରାଗଲା, ଏହା ଏକ ଆକ୍ରମଣ ବୋଲି। ପୋଲିସ ଅଧିକାରୀମାନେ ସଜାଗ ହୋଇ ଚାରିଆଡ଼େ ଘେରିଗଲେ। କିଛି ସମୟ ପରେ ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ ହେଲେ। ତେବେ ସେତେବେଳ ଯାଏ ଛୁରାମାଡ଼ରେ ୪ ପୋଲିସ ଅଧିକାରୀଙ୍କ ଜୀବନ ଯାଇସାରିଥିଲା। ୪୫ ବର୍ଷୀୟ ଆକ୍ରମଣକାରୀ ପୋଲିସ ମୁଖ୍ୟାଳୟରେ ୨୦ ବର୍ଷ ଧରି କାର୍ଯ୍ୟ କରିଥିଲେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଇମାନ୍ବେଲ୍ ମାକ୍ରଁ, ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଖ୍ରୀଷ୍ଟୋଫେ କାଷ୍ଟାନେର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଫ୍ରାନ୍ସରେ ପୋଲିସ ଅଧିକାରୀମାନଙ୍କ ଉପରେ କ୍ରମାଗତ ଆକ୍ରମଣକୁ ନେଇ ପୋଲିସ ପକ୍ଷରୁ ଦେଶବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବାର ଦିନକ ପରେ ଏହି ଟାର୍ଗେଟ କରାଯାଇଛି।