Categories: ଅନୁଗୋଳ

ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୨୫।୭(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଧିରେ ଧିରେ ଅପରାଧ ବୃଦ୍ଧି ପାଉଛି। ଏଥିପ୍ରତି ଜନସାଧାରଣ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପୋଲିସ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧ ହ୍ରାସ ପାଇବ ବୋଲି ବୁଧବାର କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସଭାଗୃହ ପରିସରରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ଯୋଗଦେଇଥିବା ଗ୍ରାମବାସୀ ମତପ୍ରକାଶ କରିଛନ୍ତି। ପରମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସରପଞ୍ଚ ଅଶୋକ କୁମାର ପ୍ରଧାନ, ହଣ୍ଡପା ଥାନା ଆଇଆଇସି ଲବ ବୋଡ଼ା, ପ୍ରସନ୍ନ ପ୍ରଧାନ, ଚଗଲା ମାଝି, ସିଲୁ ନାୟକ, ଭିକାରୀ ମାଝି, ଲିଲି ସାହୁ, ମୋହନ ପ୍ରଧାନ, ଦାମୋଦର ପ୍ରଧାନ, ହିମାଂଶୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମରେ କିଭଳି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ନାବାଳିକାମାନଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା।