ପୋଲିସ ଅଧିକାରୀଙ୍କ ଅଭିନବ ପ୍ରୟାସ: ସାହିସାହିରେ ଗୀତ ଗାଇ ଦେଉଛନ୍ତି କରୋନା ସଚେତନତା ବାର୍ତ୍ତା

ବାଲିଗୁଡ଼ା,୯ା୪(ଡି.ଏନ୍‌.ଏ.): କନ୍ଧମାଳରେ କରୋନା ସଚେତନତା ପାଇଁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଏକ ଗୀତ ଲେଖିଥିଲେ। ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ କଣ୍ଠରେ ଏହି ଗୀତ ମୁକ୍ତିଲାଭ କରିଥିଲା। ଉକ୍ତ ଗୀତକୁ ନେଇ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବାଲିଗୁଡ଼ା ସହର ବନ୍ଧସାହିରେ ପ୍ରଥମେ ଗାଇବା ପରେ ସୁନାପାଙ୍ଗା, ନେହରୁ ଛକରେ ଗାଇ ଲୋକଙ୍କୁ ଶୁଣାଇବା ସହ ଏହା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ଏହି ଗୀତ ଶୁଣିବା ପରେ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।