During door-to-door national polio campaign a polio team vaccinate Noni, (4) in Drrimiann goth (village) in Hyderabad district, Sindh Province, Pakistan. Photographer: Asad Zaidi
ଇସ୍ଲାମାବାଦ,୨୦।୧୨: ବିଗତ ବର୍ଷ ତୁଳନାରେ ଯଦିଓ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହୋଇଛି କିନ୍ତୁ ୨୦୧୯ରେ ପାକିସ୍ତାନରେ ପ୍ରାୟ ୧୧୧ ନୂଆ ପୋଲିଓ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବିଶ୍ୱର ଅଧିକାଂଶ ଦେଶ ପୋଲିଓ ମୁକ୍ତ ହୋଇଥିବା ବେଳେ ଏବେବି ପାକିସ୍ତାନ ଓ ଆଫଗାନିସ୍ତାନ ପୋଲିଓ ମୁକ୍ତ ହୋଇପାରି ନାହିଁ ବୋଲି କହିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଏଥିପାଇଁ ପାକିସ୍ତାନ ନାଗରିକ ଅନ୍ୟଦେଶକୁ ଯାଉଥିବା ସମୟରେ ପୋଲିଓ ଟିକାକରଣ ସର୍ମ୍ପକିତ ପ୍ରମାଣପତ୍ର ସାଙ୍ଗରେ ନେବାକୁ ବାଧ୍ୟ କରାଯାଇଛି। ପାକିସ୍ତାନ ପୋଲିଓ ମୁକ୍ତ ନ ହେବାର କାରଣ ଟିକାକରଣ ପାଇଁ ଆସୁଥିବା ଟିମ୍ ଉପରେ ଆତଙ୍କବାଦୀଙ୍କ ନଜର। ନିକଟରେ ଖେବର ପଖତୁନଓ୍ବାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ୨୦୧୨ରୁ ଆଜି ପର୍ଯ୍ୟନ୍ତ ଏହି ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ପ୍ରାୟ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଏ।