U.S. President Donald Trump answers a question during an Oval Office meeting with Slovakia’s Prime Minister Peter Pellegrini at the White House in Washington, U.S. May 3, 2019. REUTERS/Jonathan Ernst
ଓ୍ବାଶିଂଟନ,୧୩।୬: ପୋଲାଣ୍ଡରେ ଆମେରିକା ଅତିରିକ୍ତ ଏକ ହଜାର ସୈନ୍ୟ ମୁତୟନ କରିବ। ଏଠାରେ ରୁଷିଆର କାର୍ଯ୍ୟକାଳାପ ବୃଦ୍ଧି ପାଉଥିବାରୁ ଆମେରିକା ଏଭଳି କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏନେଇ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେଜ୍ ଡ୍ୟୁଡାଙ୍କ ସହିତ ଆଲୋଚନା ହୋଇଥିବା କୁହାଯାଉଛି। ଇତିମଧ୍ୟରେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୋଲାଣ୍ଡ୍ ୩୨ଟି ଏଫ୍-୩୫ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରିଛି। ଏହାଦ୍ୱାରା ପୋଲାଣ୍ଡରେ ରୁଷିଆର ହସ୍ତକ୍ଷେପ ଆଶଙ୍କା କମ୍ ହୋଇପାରିବ ବୋଲି କୁହାଯାଉଛି।