Categories: ଗଞ୍ଜାମ

ପୃଥକ୍‌ ଦୁର୍ଘଟଣାରେ ୨ ମୃତ

ଛତ୍ରପୁର,୧୦ା୧୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ସୋମବାର ପୃଥକ୍‌ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଛତ୍ରପୁର ଏକାମ୍ର ନଗର ନିକଟ ଜାତୀୟ ରାଜପଥରେ ଏକ ବାଇକ୍‌ ଡିଭାଇଡରରେ ପିଟିହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ସେହେଲେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଅଧୀନ କଣ୍ଡରା ଆର୍ଜିପଲ୍ଲୀ ଗଁାର ଦୀପକ କୁମାର ବେହେରା। ଛତ୍ରପୁର ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ସ୍ଥାନୀୟ ହସ୍‌ପିଟାଲକୁ ପଠାଇଥିଲେ। ସେହିପରି ରମ୍ଭା ଥାନା ଏଚ୍‌. ବୁରୁଡି ଗଁାର ଚାଷୀ ନୀଳକଣ୍ଠ ନାହାକ ଭୋର ସମୟରେ ବିଲକୁ ଯାଉଥିବାବେଳେ ଜାତୀୟ ରାଜପଥରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ହସ୍‌ପିଟାଲକୁ ପଠାଇଛି।

Share