Categories: ଗଞ୍ଜାମ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଲେ

ବ୍ରହ୍ମପୁର ଅଫିସ,୧୭ା୫- ବଡବଜାର ଥାନା ପାଣ୍ଡବନଗରର ଟୁଟୁ ହାତୀ (୩୫)ଙ୍କୁ ଗୁରୁବାର ରାତି ପ୍ରାୟ ୯ଟାବେଳେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାରୁ ଟୁଟୁଙ୍କୁ ଆକ୍ରମଣ କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଗୁରୁବାର ରାତି ପ୍ରାୟ ୯ଟାବେଳେ ଗୌଡସାହିରେ ଟୁଟୁ ଆଡ୍ଡା ଜମାଇଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ସେଠାରେ ବସି ସେ ଅଞ୍ଚଳର ଝିଅବୋହୂଙ୍କୁ କମେଣ୍ଟ କରୁଥିବା ଓ ସାହି ଲୋକଙ୍କୁ ଧମକଚମକ ଦେଉଥିବା ପୋଲିସ ଅନୁସନ୍ଧାନବେଳେ ଜାଣିବାକୁ ପାଇଛି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

Share