ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ,୧୨।୧୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଫଳରେ ବୁଧବାର ବିଳମ୍ବିତ ରାତିରେ ସେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର କହିଛନ୍ତି, ପିତାଙ୍କ ହୃଦ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ରହିଛି। ସେ ଡାକ୍ତର ରମେଶଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କ ଆଇସିୟୁରେ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Share