ହାଟଡିହୀ,୨୪l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ମାଫିଆମାନେ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରଗୋଳା ଗ୍ରାମବାସୀ ଭେଟି ଘଟଣା ସମ୍ପର୍କରେ ଜଣାଇଛନ୍ତି । ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ଗ୍ରାମବାସୀଙ୍କ ସହ ସାମିଲ ଥିଲେ ।ବିଧାୟକ ସେଠି କହିଛନ୍ତି, ଯେ ପ୍ରଶାସନ ସଠିକ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।ତେଣୁ ବାଲି ମାଫିଆ ମାନେ ନିଧଡ଼କ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି।ଉକ୍ତ ପ୍ରସଙ୍ଗକୁ ଅନୁଧ୍ୟାନ କରାଯିବ ବୋଲି ନବୀନ ପଟ୍ଟନାୟକ ଗ୍ରାମବାସୀଙ୍କୁ କହିଥିଲେ ।