Categories: Home Leftଖେଳ

ପୂର୍ବତନ ବେଙ୍ଗଲ ରଣ୍‌ଜୀ ଅଧିନାୟକଙ୍କ ପରଲୋକ

କୋଲକାତା, ୨୭।୬(ପି.ଟି.): ବେଙ୍ଗଲ ରଣ୍‌ଜୀ ଦଳର ପୂର୍ବତନ ଅଧିନାୟକ ଶ୍ୟାମ ସୁନ୍ଦର ମିତ୍ରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ହାର୍ଟଜନିତ ସମସ୍ୟା ଦେଇ ଗତି କରୁଥିଲେ। ସଲ୍ଟଲେକ୍‌ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ(ସିଏବି) ପକ୍ଷରୁ କୁହାଯାଇଛି। ଏସ୍‌ଏସ୍‌ ନାମରେ ବେଶ୍‌ ପରିଚିତ ଲାଭ କରିଥିବା ଶ୍ୟାମ କ୍ୟାରିୟରରେ ମୋଟ୍‌ ୫୯ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିବାବେଳେ ୫୦.୧୩ ଆଭରେଜରେ ରନ୍‌ ସଂଗ୍ରହ କରିଥିଲେ। ୧୫୫ ରନ୍‌ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ରହିଥିଲା। ୧୯୬୦ ଦଶକରେ କେତୋଟି ସାହସିକ ଇନିଂସ ଖେଳିଥିଲେ ମଧ୍ୟ ମିତ୍ରଙ୍କୁ କେବେ ବି ଭାରତୀୟ ଦଳ ପାଇଁ ଚୟନ କରାଯାଇ ନ ଥିଲା। ମିତ୍ର ଭାରତର ପ୍ରମୁଖ ଦଳଗୁଡ଼ିକ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜନୀତିର ଶିକାର ହୋଇ ଜାତୀୟ ଦଳ ପକ୍ଷରୁ ଖେଳିବାରୁ ବଞ୍ଚତ୍ତ ହୋଇଥିଲେ ବୋଲି ରାଜୁ ମୁଖାର୍ଜୀ ତାଙ୍କ ପୁସ୍ତକ ‘ଇଡେନ ଗାର୍ଡେନ୍ସ: ଲିଜେଣ୍ଡ ଆଣ୍ଡ୍‌ ରୋମାନ୍ସ’ରେ ଉଲ୍ଲେଖ କରିଛନ୍ତି। ବେଙ୍ଗଲରୁ ସୃଷ୍ଟି ହୋଇଥିବା ଅଗ୍ରଣୀ କ୍ରିକେଟରଙ୍କ ମଧ୍ୟରୁ ଶ୍ୟାମ ସୁନ୍ଦର ଅନ୍ୟତମ ବୋଲି ସିଏବି ଯୁଗ୍ମ ସମ୍ପାଦକ ଅଭିଷେକ ଡାଲମିଆ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।