2020 Gibraltar International Chess Festival: Masters, Round 6
ଗିବ୍ରାଲଟର,୨୭।୧- ଯୁବ ଭାରତୀୟ ଗ୍ରାଣ୍ଡ ମାଷ୍ଟର୍ସ ଆର. ପ୍ରଜ୍ଞାନାନନ୍ଦ ୧୮ତମ ଗିବ୍ରାଲଟର ଚେସ ଫେଷ୍ଟିଭାଲରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରଜ୍ଞାନାନନ୍ଦ ପୂର୍ବତନ ବିଶ୍ୱ ଚାମ୍ପିୟନ ଭେସେଲିନ ଟୋପଲୋଭଙ୍କୁ ହରାଇ ଦେଇଛନ୍ତି। ୧୪ ବର୍ଷୀୟ ଚେସ ଖେଳାଳିଙ୍କ ଟୁର୍ନାମେଣ୍ଟରେ ଏହା କ୍ରମାଗତ ୫ମ ବିଜୟ। ବୁଲଗେରିଆନଙ୍କୁ ହରାଇବା ଲାଗି ପ୍ରଜ୍ଞାନାନନ୍ଦଙ୍କୁ ମାତ୍ର ୩୩ ମୁଭ ଲାଗିଥିଲା। ସେ ଚଳିତ ଇଭେଣ୍ଟର ପ୍ରଥମ ରାଉଣ୍ଡରେ ଅନ୍ୟ ଭାରତୀୟ ଜିଏମ୍ ପି. ଭି. ନନ୍ଧିଧାଙ୍କଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ଏହାପରେ ସେ କ୍ରମାଗତ ବିଜୟ ଧାରା ଜାରି ରଖିଛନ୍ତି। ନିକଟରେ ୧୮ ବର୍ଷରୁ କମ୍ ବିଶ୍ୱ ଟାଇଟଲ ହାସଲ କରିଥିବା ପ୍ରଜ୍ଞାନାନନ୍ଦ ଏବେ ପଏଣ୍ଟ ତାଲିକାରେ ୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସପ୍ତମ ରାଉଣ୍ଡରେ ସେ ଚାଇନିଜ ଜିଏମ୍ ଓ୍ବାଙ୍ଗ ହୋଙ୍କୁ ଭେଟିବେ। ରୁଷିଆର ଜିଏମ୍ ଇସିପେଙ୍କୋ ସର୍ବାଧିକ ୫.୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି।