Guyanese cricket player Basil Butcher of the West Indies cricket team, UK, 3rd May 1969. (Photo by Evening Standard/Hulton Archive/Getty Images)
ଫ୍ଲୋରିଡା, ୧୮।୧୨- ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ ବାସିଲ ବାଉଚରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ବୋଲି କ୍ରିକେଟ୍ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ମଙ୍ଗଳବାର ଏହା ସ୍ପଷ୍ଟ କରାଯାଇଛି। ୧୯୫୮ରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ପଦାର୍ପଣ ୪୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ୪୩. ୧୧ ଆଭରେଜରେ ୩୧୦୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୭ ଶତକ ଓ ୧୬ ଅର୍ଦ୍ଧଶତକ ରହିଛି। ୧୯୬୩ରେ ଲଡର୍ସରେ ଇଂଲଣ୍ଡ ବିପକ୍ଷରେ ୧୩୩ ରନ ଓ ୧୯୬୬ରେ ନଟିଂହାମ୍ଠାରେ ୨୦୯* ରନର ଇନିଂସ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବ୍ୟାଟିଂ କୁହାଯାଏ। ଭାରତ ମାଟିରେ ବାଉଚର ୬୯.୪୨ ଆଭରେଜରେ ୪୮୬ ରନର ସଂଗ୍ରହ କରିଛନ୍ତି। କଲକତା (ବର୍ତ୍ତମାନ କୋଲକାତା) ଓ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ସେ ଗୋଟିଏ ଲେଖାଏ ଶତକ ମଧ୍ୟ ହାସଲ କରିଥିଲେ। ବାଉଚର ମଧ୍ୟ ସାମୟିକ ଲେଗ୍-ସ୍ପିନ ବୋଲିଂ କରି ଟେଷ୍ଟରେ ୫ ଉଇକେଟ୍ ହାସଲ କରିଛନ୍ତି। ୧୯୭୦ରେ ସେ ଓ୍ବିଜଡେନ କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ହାସଲ କରିଥିଲେ।