ପୂର୍ବତନ ଏମ୍‌ପି କମଲ ସିଂଙ୍କ ପରଲୋକ

ବକ୍ସର,୫।୧: ଜୀବିତ ଥିବା ଦେଶର ପ୍ରଥମ ଏମ୍‌ପି ତଥା ବିହାର ଦୁମରାନ ରାଜର ଶେଷ ମହାରାଜା କମଲ ବାହାଦୂର ସିଂଙ୍କର ରବିବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କ ପୁଅ ଚନ୍ଦ୍ରବିଜୟ ସିଂ କହିଛନ୍ତି, ରବିବାର ମହାରାଜାଙ୍କ ପରଲୋକ ପରେ ଭୋଜପୁର ସ୍ଥିତ କୋଠିରେ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି। ସୋମବାର ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ବାଜପେୟୀଙ୍କ ଯୋଗୁ ସେ ଜନସଂଘର ସଦସ୍ୟତା ଗ୍ରହଣ କରିଥିବା କୁହାଯାଏ।