ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ମାନବାଧିକାର ଦିବସ ପାଳିତ

ପୁରୁଷୋତ୍ତମପୁର, ୧୦।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ମାନବାଧିକାର ଦିବସ ତାରା ତାରିଣୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ ସେବା କମିଟିର ଅଧ୍ୟକ୍ଷା ତଥା ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ଯୋଗଦେଇ ମାନବାଅଧିକାର ଆଇନ ଓ ଏହାର ମହତ୍ତ୍ୱ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ବୁଝାଇ ସଚେତନତା କରିଥିଲେ। ଏଥିରେ କଲେଜର ପ୍ରଶାସନିକ ଅଧିକାରୀ ସୁଦର୍ଶନ ପଣ୍ଡା, ଓକିଲ ସଂଘ ସଭାପତି ଜଗନ ମୋହନ ପଟ୍ଟନାୟକ, ସମ୍ପାଦକ ପ୍ରଭାତ କୁମାର ପଟ୍ଟନାୟକ, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଓକିଲ ଉପେନ୍ଦ୍ର ପଣ୍ଡା, କେଦାରନାଥ ପଟ୍ଟନାୟକ, ପ୍ରଭାତ କୁମାର ଦାଶ, ସ୍ବରାଜ୍ୟ ପାଣିଗ୍ରାହୀ, ଅକ୍ଷୟ କୁମାର ବେହେରା ପ୍ରମୁଖ ଯୋଗଦେଇ ସଚେତନତା କରାଇଥିଲେ। ଏଥିରେ କଲେଜର ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ। ଏହାକୁ କୋର୍ଟର କର୍ମଚାରୀ ପ୍ରଶାନ୍ତ କୁମାର ପାଢୀ, ଗଗନ ପାଣିଗ୍ରାହୀ, ପ୍ରସନ୍ନ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Share
Tags: ganjam