Categories: Home Leftଖେଳ

ପୁଣି ବିବାଦରେ ହାର୍ଦ୍ଦିକ

ମୁମ୍ବାଇ,୨୯ା୨- ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ୫ ମାସର ବ୍ୟବଧାନ ପରେ କ୍ରିକେଟ ଗ୍ରାଉଣ୍ଡକୁ ଫେରିବା ସହ ବିବାଦରେ ଘେରି ହୋଇ ଯାଇଛନ୍ତି। ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ରିଲାଏନ୍ସ ଓ୍ବାନ୍‌ ପାଇଁ ସେ ଅଲ୍‌ରାଉଣ୍ଡର ପ୍ରଦର୍ଶନ କରିଥିଲେ। ୨୫ ବଲରେ ୩୮ ରନ୍‌ କରିବା ସହ ୩ ଉଇକେଟ ନେଇଥିଲେ। ବ୍ୟାଟିଂ ବେଳେ ହାର୍ଦ୍ଦିକ ଭାରତୀୟ ଦଳର ହେଲ୍‌ମେଟ ବ୍ୟବହାର କରିଥିଲେ, ଯେଉଁଥିରେ ବିସିସିଆଇର ଲୋଗୋ ଥିଲା। ଏଥିଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ। ଘରୋଇ ଟୁର୍ନାମେଣ୍ଟରେ କୌଣସି ଜାତୀୟ ଖେଳାଳି ବିସିସିଆଇର ଲୋଗୋ ଥିବା କିଟ୍‌ ବ୍ୟବହାର କରିପାରିବେ ନାହିଁ। ଏ ନେଇ ୨୦୧୪ରେ ବିସିସିଆଇ ମ୍ୟାଚ୍‌ ରେଫରୀଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏଣୁ ଏବେ ଏହା ବିସିସିଆଇର ଏକ ନିୟମ। ସେବେଠାରୁ ନିୟମ ଥିଲେ ମଧ୍ୟ ଚଳିତବର୍ଷ ଦେଓଧର ଟ୍ରଫି ଫାଇନାଲ ମ୍ୟାଚ୍‌ରୁ କାର୍ଯ୍ୟକାରୀ ହେଉଛି। ତେବେ ଏହି ନିୟମ ପ୍ରତି ହାର୍ଦ୍ଦିକ ସତର୍କ ନ ଥିବା ଲାଗୁଛି।