13th June 2019, Trent Bridge, Nottingham, England; ICC World Cup Cricket, India versus New Zealand; A general view of Trent Bridge from the Radcliffe road end stand with the covers and floodlights on and groundsmen sweeping water away. (photo by Lee Parker/Action Plus via Getty Images)
ନଟିଂହାମ,୧୩।୬(ପି.ଟି.)- ଚଳିତ ବିଶ୍ୱକପ୍ରେ ବର୍ଷା କେବଳ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୁହଁ ପ୍ରଶଂସକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କରାଣ ହୋଇଛି। ବର୍ଷା ଯୋଗୁଁ ବିଶ୍ୱକପ୍ର ଏକାଧିକ ମ୍ୟାଚ ବିନା ଟସ୍ ପଡିବାର ବାତିଲ ହୋଇଛି। ଖରାପ ପାଗ ବର୍ଷାର ସଦ୍ୟତମ ଶିକାର ହୋଇଛି ଭାରତ- ନ୍ୟୁଜିଲାଣ୍ଡ ମୁକାବିଲା। ଗୁରୁବାର ଟ୍ରେଣ୍ଟ ବ୍ରିଜ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଶେଷରେ ବର୍ଷା ଯୋଗୁ ବାତିଲ ହୋଇଛି। ପ୍ରବଳ ବର୍ଷା କାରଣ ପଡିଆରେ ପାଣି ଜମି ରହିବା ଫଳରେ ଏହି ମ୍ୟାଚ୍ରେ ଟସ୍ ପଡିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ହାସଲ କରିଛନ୍ତି।
ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଅମ୍ପାୟରମାନେ ଅନ୍ତିମ ପିଚ୍ ନିରୀକ୍ଷଣ କରିଥିଲେ ଓ ମ୍ୟାଚ୍ ବାତିଲ କରବାକୁ ନିଷ୍ପତ୍ତି ନେଇଥିଲେ। ଟୁର୍ନାମେଣ୍ଟରେ ଚତୁର୍ଥଥର ପାଇଁ ବର୍ଷା କାରଣରୁ ମ୍ୟାଚ୍ ବାତିଲ ହୋଇଛି। ମ୍ୟାଚ୍ ବାତିଲ ହେବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ମ୍ୟାଚ୍ରେ ଗୋଟିଏ ବଲ୍ ବୋଲିଂ କାରଯାଇ ନ ଥିବାରୁ ଆଇସିସି ଟିକେଟ ଅର୍ଥ ପ୍ରଶଂସକଙ୍କୁ ଫେରାଇବ। ଅନ୍ୟପଟେ ଯେଉଁ ଦର୍ଶକ ତୃତୀୟ ପକ୍ଷଠାରୁ ଚଢ଼ା ଦରରେ ଟିକେଟ କିଣିଥିଲେ ସେମାନ ଆର୍ଥିକ କ୍ଷତି ସହିବେ। ତେବେ ମ୍ୟାଚ୍ଗୁହିକର ବିମା ହୋଇଥିବାରୁ ପ୍ରସାରଣକାରୀ ସଂସ୍ଥା କ୍ଷତି ସହିବେ ନାହିଁ।
ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍ ଖେଳିଛି। ୩ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ନ୍ୟୁଜିଲାଣ୍ଡ ମୋଟ ୭ ପଏଣ୍ଟ ପାଇଁ ତାଲକାର ଶୀର୍ଷରେ ରହିଛି। ଅନ୍ୟପଟେ ଭାରତ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ମୋଟ ୫ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୪ଟି ମ୍ୟାଚ୍ ଖେଳି ୩ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାଞ୍ଚେଷ୍ଟରରେ ଭେଟିବ। ଏହି ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁ ବାଧାପ୍ରାପ୍ତ ହେବ। ଏପରିକି ବାତିଲ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି।