Arrested man in handcuffs with hands behind back
ବ୍ରହ୍ମପୁର ଅଫିସ, ୧୮।୯: ମହିଳାଙ୍କୁ ଧମକ ଦେଇ ବଳତ୍କାର କରିଥିବା ଅଭିଯୋଗ ରେ ବୈଦ୍ୟନାଥପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଶରତ ଦାସ। ମାମଲା ନଂ(୧୯୫/୧୯) ଅନୁସାରେ ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି ।
ପ୍ରକାଶଯୋଗ୍ୟ, ମହିଳାଜଣଙ୍କ ଘରେ ଏକାକୀ ଥିବା ସମୟରେ ଶରତ ଘରକୁ ଯାଇ ବଳପୂର୍ବକ ତାଙ୍କୁ ବଳାତ୍କାର କରିଥିଲେ। ଏପରିକି ଘଟଣା ନେଇ ସ୍ବାମୀଙ୍କୁ ଜଣାଇଲେ ପୁଅକୁ ମାରିଦେବେ ବୋଲି ସେ ଧମକ ଦେଇଥିଲେ। ସେହିଭଳି କିଛି ଦିନର ବ୍ୟବଧାନ ପରେ ଗତ ୧୫ ତାରିଖ ରାତିରେ ଶରତ ମହିଳାଙ୍କ ଘର ପଛପଟ କବାଟ ଭାଙ୍ଗି ଘରେ ପଶିବା ସହ ତାଙ୍କୁ ପୁଣିଥରେ ବଳାତ୍କାର କରିଥିଲେ। ଶେଷରେ ବାଧ୍ୟହୋଇ ସେ ତାଙ୍କ ସ୍ବାମୀଙ୍କୁ ଏ ବିଷୟରେ ଜଣାଇଥିଲେ। ପରେ ସେମାନେ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବୁଧବାର ଅଭିଯୁକ୍ତ ଶରତଙ୍କୁ ଗିରଫ କରିବା ସହ ପିଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଛି। ଶରତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ପିଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ପୋଲିସ ସୂଚନା ଦେଇଛି।