vaccine vaccination child baby doctor injection pediatrician injecting arm health immunization hand hospital needle syringe concept - stock image
ମ୍ୟୁନିକ୍,୧୯।୭: ଜର୍ମାନୀ ସରକାର ପିଲାଙ୍କ ସୁରକ୍ଷା ଲାଗି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଚାନ୍ସେଲର ଆଞ୍ଜେଲା ମର୍କେଲ ସରକାର ଏ ସଂକ୍ରାନ୍ତରେ ଏକ ବିିଲ୍ ସଂସଦରେ ଆଗତ କରିଛନ୍ତି। ପିଲାମାନେ ସ୍କୁଲ୍ରେ ନାମ ଲେଖାଇବା ପୂର୍ବରୁ ମାତା ପିତା ସେମାନଙ୍କ ପିଲାଙ୍କ ଟିକାକରଣ କରିବା ଜରୁରୀ ଓ ଏହା ନକଲେ ଅଭିଭାବକଙ୍କୁୁ ୨,୫୦୦ ୟୁରୋ ଅର୍ଥାତ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବିଲ୍ରେ ଦର୍ଶାଯାଇଛି। ଏହି ବିଲ୍ ପାସ୍ ହୋଇଗଲେ ଅଭିଭାବକଙ୍କୁ ନାମଲେଖା ସମୟରେ ପିଲାଙ୍କ ଟିକାକରଣର ପ୍ରମାଣପତ୍ର ଦେବାକୁ ପଡିବ। ଏହାପରେ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯିବ। ମାରାମତ୍କ ରୋଗରୁ ପିଲାଙ୍କୁ ରକ୍ଷା କରିବା ଲାଗି ଏହା କରାଯାଇଛି ବୋଲି କହିଛନ୍ତି ଜର୍ମାନୀର ସ୍ବାସ୍ଥ୍ୟ ମନ୍ତ୍ରୀ। ଜର୍ମାନୀରେ ମିଳିମିଳା ଏବେ ବ୍ୟାପକ ହେବାରେ ଲାଗିଛି। ଗତ ବର୍ଷ ମାର୍ଚ୍ଚରୁ ଏ ବର୍ଷ ଫେବୃୟାରୀ ଯାଏ ୬୪୧ ଟି ମିଳିମିଳା କେସ୍ ସାମନାକୁ ଆସିଥିବାବେଳେ ତା’ ପରଠାରୁ ଏହି ୪ ମାସରେ ୪୨୯ଜଣ ପୀଡିତ ହୋଇଥିବା ଜଣାପଡିଛି, ଯାହା ଏକ ଚିନ୍ତାଜନକ ବିଷୟ। ଏହାକୁ କିଭଳି ରୋକାଯାଇ ପାରିବ ସେଥିଲାଗି ଜର୍ମାନୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହା ପୂର୍ବରୁ ବି ଇଟାଲୀ ସରକାର ପିଲାଙ୍କ ଟୀକାକରଣ ବାଧ୍ୟତାମୂଳକ କରିଥିଲେ। ଟିକାକରଣରେ ସାମିଲ ହୋଇନଥିବା ଶିଶୁଙ୍କୁ ସ୍କୁଲ ନପଠାଇବା ଲାଗି ବି ଚେତାବନୀ ଦିଆଯାଇଥିଲା। ଯଦି ଟିକାକରଣରେ ସାମିଲ ହୋଇ ନ ଥିବା ପିଲା ସ୍କୁଲରେ ମିଳନ୍ତି ତେବେ ତାଙ୍କ ଅଭିଭାବକଙ୍କୁ ୫୦୦ ୟୁରୋ ଅର୍ଥାତ ୪୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।