CREATOR: gd-jpeg v1.0 (using IJG JPEG v62), quality = 100
ଚଣ୍ଡିଗଡ଼,୧୫ା୬(ଆଇଏଏନ୍ଏସ୍): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏଓ୍ବାଇ) ସୁବିଧା ଆଉ ୬ମାସ ବଢ଼ାଇବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏହି ଯୋଜନାରେ ହିତାଧିକାରୀମାନଙ୍କୁ ମାଗଣାରେ ଗହମ, ଚାଉଳ ଓ ଡାଲି ଯୋଗାଇଦେବାକୁ ସେ କହିଛନ୍ତି। ଗରିବ ଓ ଅସହାୟମାନଙ୍କୁ ଭୋକିଲା ପେଟରେ ଶୋଇବା ଲାଗି ଛାଡ଼ିଦିଆଯାଇପାରିବ ନାହିଁ। କରୋନା ଜନିତ ଲକ୍ଡାଉନ ଯୋଗୁ ଦେଶର କୋଟି କୋଟି ଲୋକ ରୋଜଗାର ହରାଇ ନାହିଁ ନ ଥିବା ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି। ଲକ୍ଡାଉନ ୩ ମାସରେ ପହଞ୍ଚତ୍ଥିବାବେଳେ ଗରିବଙ୍କ ଆର୍ଥତ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଶିଳ୍ପ କାରଖାନା କାର୍ଯ୍ୟ ନ ଚାଲିବା ପର୍ଯ୍ୟନ୍ତ ସେମାନଙ୍କ ଅବସ୍ଥା ସୁଧୁରିବ ନାହିଁ। ସେମାନଙ୍କୁ ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇଦିଆଯିବା ଜରୁରୀ। ଏଦିଗରେ ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ବିଭାଗକୁ ପରାମର୍ଶ ଦେବା ଲାଗି ଅମରିନ୍ଦର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।