ପିଆଜ ଖାଇଲେ ଦୂରହେବ କରୋନାଭାଇରସ!

ଚେନ୍ନାଇ,୨।୨: କରୋନାଭାଇରସ ଏବେ ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି। ହେଲେ ଏହି ସମୟରେ ତାମିଲନାଡୁ କରାଇକୁଡିର ଜଣେ ହୋଟେଲ ମାଲିକ ସହଜ ଉପାୟରେ କରୋନାଭାଇରସଠାରୁ ଦୂରେଇ ରହିହେବ ବୋଲି କହିଛନ୍ତି। ସେ କହିଛନ୍ତି ଗୋଟିଏ ଛୋଟ ପିଆଜ ଖାଇଲେ କରୋନାଭାଇରସ ସଂକ୍ରମଣଠାରୁ ଦୂରେଇ ରହିହେବ। ସିଦ୍ଧ ମେଡିସିନ ସିଷ୍ଟମ ଅନୁଯାୟୀ, ଫ୍ଲୁ ଜାତୀୟ ରୋଗ ନ ହେବା ପାଇଁ ପିଆଜରେ ଅଛି ପ୍ରତିରୋଧକ ଶକ୍ତି। ତେଣୁ ଉକ୍ତ ହୋଟେଲ ମାଲିକ ତାଙ୍କ ହୋଟେଲରେ ଉଥପମ୍‌ ସହ ଏକ ଛୋଟ ପିଆଜ ଗ୍ରାହକମାନଙ୍କୁ ଦେଉଥିବା କହିଛନ୍ତି। ସୂଚନାଯୋଗ୍ୟ, କରୋନାଭାଇରସର ସଂକ୍ରମଣରେ ଏବେ ଚାଇନାରେ ମୃତ୍ୟୁ ସଂଖ୍ୟା ୩ଶହ ଟପିଯାଇଥିବା ବେଳେ ହଜାର ହଜାର ଲୋକ ଏଥିରେ ଆକ୍ରାନ୍ତ ଅଛନ୍ତି। ସେହିପରି ବିଶ୍ୱର ବିଭିନ୍ନ ଦେଶରେ ଏକେ କରୋନାଭାଇରସରେ ପୀଡିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।