ପାରଦର୍ଶୀ ଜଙ୍ଗଲ: ହିଂସ୍ର ପ୍ରାଣୀଙ୍କୁ ସହଜରେ ହୁଏ ଦେଖି

ବ୍ୟାଙ୍କକ,୧।୨: ଜଙ୍ଗଲ ପୁଣି ପାରଦର୍ଶୀ। ମାନେ ଏପଟୁ ଦେଖିଲେ ସେପଟେ ଯାହା ଥିବ ସବୁ ଦେଖାଯିବ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏହା ସତ। ଉତ୍ତର ଥାଇଲାଣ୍ଡ୍‌ରେ ଏଭଳି ପାରଦର୍ଶୀ ଜଙ୍ଗଲ ରହିଛି। ଏଠାରେ ପର୍ଯ୍ୟଟକ ବିଭିନ୍ନ ହିଂସ୍ର ପ୍ରାଣୀଙ୍କୁ ସେମାନଙ୍କର ପ୍ରାକୃତିକ ପରିବେଶରେ ସହଜରେ ଦେଖିପାରିବେ। ଏହାକୁ ‘ଜଙ୍ଗଲ ବବଲ୍‌’ ଭାବେ ନାମିତ କରାଯାଇଛି। ସ୍ଥାନୀୟ ଚିୟାଙ୍ଗ୍‌ ସାୟେନ୍‌ସ୍ଥିତ ଅନନ୍ତରା ଗୋଲଡେନ୍‌ ଟ୍ରାଙ୍ଗେଲ୍‌ଠାରେ ହାତୀ କ୍ୟାମ୍ପ୍‌ ଏବଂ ରିସୋର୍ଟରେ ଏହି ପାରଦର୍ଶୀ ଜଙ୍ଗଲ ରହିଛି। ତେବେ ଏଠାରେ ଗୋଟିଏ ରାତି ରହିବା ପାଇଁ ପର୍ଯ୍ୟଟକଙ୍କୁ ୩୫ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ରହଣି ଲାଗି ଅଧିକ ଖର୍ଚ୍ଚ ସତ୍ତ୍ୱେ ମଧ୍ୟ ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।

Share