ପାନୀୟ ଜଳ, ବିଜୁଳି, ଡ୍ରେନେଜ ଉପରେ ପଞ୍ଚାୟତ ସମିତିର ଗୁରୁତ୍ୱ

ସଜନାଗଡ଼,୧୩ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ସାଧାରଣ ନିର୍ବାଚନ ପରେ ପ୍ରଥମଥର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଜାନକୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ବିଡିଓ ରାମ ଦାସ ଟୁଡୁ, ସାଂସଦ ପ୍ରତିନିଧି କରୁଣାକର ପଣ୍ଡା, ଅନୀଲ ପଣ୍ଡା, ସମସ୍ତ ବିଭାଗୀୟ ଅଧିକାରୀ, ସରପଞ୍ଚ, ସମିତିସଭ୍ୟ ସଭ୍ୟା ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ପାନୀୟଜଳ, ବିଜୁଳି, ରାସ୍ତା, ଡ୍ରେନେଜ, କୃଷି, ଜଳସେଚନ ଓ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା।

Share
Tags: left