JAMMU, INDIA - APRIL 27: A villager collecting drinking water from an almost dried up well as others waiting for their turn at Padal village of Samba district, around 40 kilometers from Jammu, on April 27, 2016 in Jammu, India. According to reports, 10 villages in Samba district of Jammu and Kashmir are drought-affected. The drought has been ongoing for the past two months in the region, forcing women and children to walk miles to fetch water. (Photo by Nitin Kanotra/Hindustan Times via Getty Images)
ବିନିକା,୧୬ା୫(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ସାଲମାଟିକ୍ରାର ସମଲେଇ ପଡା। ଏହି ପଡ଼ାବାସୀ ଏବେ ଘୋର ପାନୀୟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି। ପଡ଼ାରେ ନାହିଁ ଗୋଟିଏ ବି ନଳକୂପ। ପୂର୍ବରୁ ସେମାନେ ପଡ଼ା ନିକଟ ଦେଇ ଯାଇଥିବା ସର୍ଗୁଣା-ଜାମପାଲି କେନାଲରୁ ପାଣି ସଂଗ୍ରହ କରି ଚଳୁଥିଲେ। କେନାଲ ପାଣି ଶୁଖି ଯିବାରେ ଗତ କିଛିଦିନ ହେଲା ସେମାନେ ପଡ଼ାଠାରୁ ୧କିମି ଦୂର ବିଶାଳପାଲି ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେଶନ ନିକଟରେ ଥିବା ବୋରିଂ ପଏଣ୍ଟରୁ ପାଣି ନେଉଥିଲେ। ହେଲେ କରୋନା ମହାମାରୀ ସଂକ୍ରମଣର ଭୟାବହତା ଯୋଗୁ ପଡ଼ାବାସୀଙ୍କୁ ସେଠାରୁ ପାଣି ନେବାକୁ କେତେକ ବାରଣ କଲେ। ଏହି ପରିସ୍ଥିତିରେ ଏକ ନଳକୂପ ଖୋଳି ଜଳାଭାବ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ପଡ଼ାର ସୁବାସିନୀ ସାଲମା, ବିଳାସିନୀ ସାଲମା, ସୁନୀତା ସାଲମା, କୌଶଲ୍ୟା ସାଲମା, ମୁଡୁ ପୋଢ଼, ରୋହିଣୀ ପୋଢ଼ ଓ ସୁରଭି ପୋଢ଼ ପ୍ରମୁଖ ଦାବି କରିଛନ୍ତି।