Southampton : Indian team physiotherapist Patrick Farhart, left, sprays the thumb of India's captain Virat Kohli after hurting it during a training session ahead of their Cricket World Cup match against South Africa at Ageas Bowl in Southampton, England, Saturday, June 1, 2019. AP/PTI(AP6_1_2019_000150B)
ନୂଆଦିଲ୍ଲୀ,୨।୮- ଭାରତୀୟ ଦଳର ପୂର୍ବତନ ଫିଜିଓ ପାଟ୍ରିକ ଫର୍ହାଟ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି। ସେ ଆସନ୍ତା ୩ ବର୍ଷ ଲାଗି ଦଳର ଫିଜିଓ ଦାୟିତ୍ୱରେ ରହିବେ। ଫର୍ହାଟଙ୍କ ସଫଳ କାର୍ଯ୍ୟକାଳ ଗତ ବିଶ୍ୱକପ୍ରେ ଭାରତୀୟ ଦଳର ଅଭିଯାନ ସହ ଶେଷ ହୋଇଛି। ସେ ପୂର୍ବରୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଦାୟିତ୍ୱରେ ଥିଲେ। ପୁଣି ଥରେ ଇଣ୍ଡିଆନ ପ୍ରିମିୟର ଲିଗ୍ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଖୁସି। ଦିଲ୍ଲୀ କ୍ୟାପିଟାଲ୍ସର ଗତ ଦୁଇବର୍ଷ ମଧ୍ୟରେ ବହୁ ସକାରାତ୍ମକ ପରିବର୍ତ୍ତନ ହୋଇଛି, ଯାହାର ଫଳାଫଳ ୨୦୧୯ ସିଜନରେ ସେମାନେ ୩ୟ ସ୍ଥାନ ହାସଲ କରିଥିଲେ ବୋଲି ଅଷ୍ଟ୍ରେଲିଆନ ଫିଜିଓ କହିଛନ୍ତି।