Categories: ଖେଳ

ପାକିସ୍ତାନ ବିଶ୍ୱର ପ୍ରଥମ ଟିମ୍‌

ନଟ୍ଟିଂହାମ, ୧୯।୫- ବିଶ୍ୱର ପ୍ରଥମ ଟିମ୍‌ ଭାବେ ପାକିସ୍ତାନ ଲଗାତର ୩ଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୩୪୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ରନ କରିବାର ରେକର୍ଡ ସ୍ଥାପନ କରିଛି। ଏଠାରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌ ଅବସରରେ ପାକିସ୍ତାନ ଏହି କୀର୍ତ୍ତିମାନ କରିଛି। ତେବେ ଏହାର କିଛି ଘଣ୍ଟା ପରେ ଇଂଲଣ୍ଡ ବିଶ୍ୱର ୨ୟ ଦଳ ଭାବେ ଏହି ରେକର୍ଡର ଅଧିକାରୀ ହୋଇଛି। ବିଶାଳ ସ୍କୋର କରିଥିଲେ ମଧ୍ୟ ପାକିସ୍ତାନ ସିରିଜକୁ ଆଗୁଆ ୦-୩ରେ ହାରିସାରିଛି।
ଦେଶ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହାପରେ ୨ୟ ଦିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୭୩/୩ ରନ କରିଥିବାବେଳେ ପାକିସ୍ତାନ ୩୬୧/୭ ରନରେ ଅଟକିଯାଇଥିଲା। ଦ୍ୱିତୀୟ ଦିନିକିଆରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ୍‌ରେ ୩୫୮ ରନ କରିଥିଲା। କିନ୍ତୁ ଘରୋଇ ଇଂଲଣ୍ଡ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଚତୁର୍ଥ ଦିନିକିଆରେ ମଧ୍ୟ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ଉଇକେଟ୍‌ରେ ୩୪୦ ରନ କରିଥିଲା। ଓପନର ଜାସନ ରାଏଙ୍କ ଶତକ ବଳରେ ଇଂଲଣ୍ଡ ୩ ଉଇକେଟ୍‌ରେ ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିନେଇଥିଲା। ସିରିଜର ଅନ୍ତିମ ମ୍ୟାଚ୍‌ ରବିବାର ଲିଡ୍ସରେ ଖେଳାଯିବ।

Share